Site icon ଆଜିକାଲି

ଲଗାଣ ବର୍ଷା ହେଲା କାଳ, କାନ୍ଥ ପଡି ଜଣଙ୍କର ମୃତ୍ୟୁ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ଅଘଟଣ । ଶୋଇଥିବା ବେଳେ ଘଟିଲା ଅଘଟଣ। ମାଟିଘର କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ଲଘୁଚାପ ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ସୁନ୍ଦରଗଡ଼ରେ ମଧ୍ୟ ବର୍ଷା ଲାଗି ରହିଛି । ଯାହାଫଳରେ କିଛି ମାଟିଘର କାନ୍ଥ ଭିଜି ରହିଥିଲା । ଏହିକ୍ରମରେ ସୁନ୍ଦରଗଡ଼ ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ଘଟିଯାଇଛି ଅଘଟଣ । ଖାଇ ସାରି ଘରେ ଶୋଇଥିଲେ ଜରଙ୍ଗଲରୋଇ ଗାଁର କୁରୁନାଥ ନାମକ । ଏହି ସମୟରେ କାନ୍ଥ ପଡି କୁରୁନାଥଙ୍କ ମୃତ୍ୟୁ ହୋଇଥିବା ବେଳେ କୁରୁନାଥଙ୍କ ପୁଅ ଅଳ୍ପକେ ବର୍ତ୍ତିଯାଇଛନ୍ତି । କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ଜୀବନ ଚାଲିଯାଇଛି ବୋଲି ଜଣାପଡିଛି ।

Exit mobile version