Site icon ଆଜିକାଲି

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଆରଆଇ

ଭଦ୍ରକ – ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ। ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଜିଲ୍ଲା ବନ୍ଥ ତହସିଲ ଅଧୀନସ୍ଥ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ଶରତ କୁମାର ଜେନାଙ୍କୁ ଧରିଛି ଭିଜିଲାନ୍ସ। ଜଣେ ବ୍ୟକ୍ତିଙ୍କ ପୈତୃକ ଚାଷଜମିକୁ ବାସପଯୋଗୀ ଜମିରେ ପରିବର୍ତ୍ତନ ଓ ଆରଓଆର ପ୍ରଦାନ ନେଇ ରାଜସ୍ୱ ନିରୀକ୍ଷକ ଶରତ କୁମାର ଜେନା ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସରେ ଫେରାଦ ହେଲା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା । ରାଜସ୍ୱ ନିରୀକ୍ଷକଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ତାଙ୍କର ତିନିଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ।

Exit mobile version