Site icon ଆଜିକାଲି

ଦୋକାନରୁ ନିଆଁ ଲିଭାଇବା ବେଳେ ଫାଟିଲା ସିଲିଣ୍ଡର, ୪ ଅଗ୍ନିଶମ କର୍ମଚାରୀ ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲା ଚାଉଁପୁର ସ୍ଥିତ ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ଖବର ପାଇ ନିଆଁକୁ ଆୟତ୍ତ କରିବାକୁ ଯାଇଥିବା ବେଳେ ସିଲିଣ୍ଡର ବିସ୍ଫୋରଣ ହେବାରୁ ୪ ଜଣ ଅଗ୍ନିଶମ କର୍ମଚାରୀ ଗୁରୁତର ଆହତ । ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଚାଉଁପୁର ସ୍ଥିତ ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ତେବେ ନିଆଁକୁ ଆୟତ୍ତ କରିବା ସମୟରେ ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ଘଟଣା ସ୍ଥଳରେ ଥିବା ସମ୍ବଲପୁର ଅଗ୍ନିଶମ ବିଭାଗର ୪ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଚିକିତ୍ସା ପାଇଁ ବୁର୍ଲା ଭିମସାର ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ଫାୟାର ଅଫିସର ରଘୁମଣୀ କାଲୋ, ଅଜୟ ମିଞ୍ଜ, ରତିକାନ୍ତ ମାଝୀ ଏବଂ ଶ୍ରୀକାନ୍ତ ମଲ୍ଲିକ ରହିଛନ୍ତି। ଅଜୟ ଏବଂ ରତିକାନ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ଏବଂ ରଘୁମଣୀ ଭିମସାରରେ ଚିକିତ୍ସିତ ହେଉଛନ୍ତି। ଶ୍ରୀକାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ମେଡିକାଲରୁ ଛାଡି ଦିଆଯାଇଛି।

Exit mobile version