ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ତୃତୀୟ ଥର ପାଇଁ ମା’ ହେଲା ଧଳାବାଘୁଣୀ ରୂପା। ପ୍ରାଣୀ ଉଦ୍ୟାନର ପୃଥକୀକରଣ ଖୁଆଡ଼ରେ ରହୁଥିବା ୬ବର୍ଷର ଧଳା ବାଘୁଣୀ ରୂପାର ତୃତୀୟ ଗର୍ଭରୁ ୪ଟି ଶାବକ ଜନ୍ମ ନେଇଛନ୍ତି। ଜନ୍ମିତ ଶାବକଙ୍କ ଲିଙ୍ଗ ଚିହ୍ନଟ ହୋଇ ନଥିବାବେଳେ ସେମାନେ ଧଳା ଓ ନାଲି ରଙ୍ଗର ଥିବା ଜଣାପଡିଛି।
ସୂଚନା ଯେ, ୧୯୮୦ ଜାନୁଆରୀରେ ପ୍ରଥମ କରି ଏଠାରେ ଧଳାବାଘ ଜନ୍ମ ନେଇଥିଲା। ସାଧାରଣ ବାଘୁଣୀ ଗଙ୍ଗା ଓ ଦୀପକ ଔରସରୁ ପ୍ରଥମେ ୩ଟି ଧଳାବାଘ ଶାବକ ଜନ୍ମ ହୋଇଥିଲେ, ଯାହା ଏକ ବିରଳ ଘଟଣା ଥିଲା।