Site icon ଆଜିକାଲି

ସ୍ୱାମୀର କାଠ ଫାଳିଆ ମାଡ଼ରେ ସ୍ତ୍ରୀ ଗୁରୁତର

ଆନନ୍ଦପୁର : ମଦ ହେଲା କାଳ । ସ୍ୱାମୀ ମାଡ଼ରେ ସ୍ତ୍ରୀ ଗୁରୁତର । ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଦଧିବାମନପୁର ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ, ଆନନ୍ଦପୁର ଥାନା ଅକରୁଆ ଗାଁରେ ଜଡ଼ା ଜେନାଙ୍କ ଝିଅ ସଜନି ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ବାପ ଘରକୁ ଚାଲିଯାଇଥିଲେ । ବାପଘରେ ଥିବା ସମୟରେ ଦଧିବାମନପୁର ଗାଁରେ ରହୁଥିବା ସ୍ୱାମୀ ନରି ଜେନା ନିଶାସକ୍ତ ଅବସ୍ଥାରେ ଶ୍ୱଶୁର ଘରେ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ଏକ କାଠ ଫାଳିଆରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ସେପଟେ ଏଭଳି ଏକ କାଣ୍ଡ ଘଟାଇ ସ୍ୱାମୀ ଫେରାର ହେବାକୁ ଉଦ୍ୟମ କରୁଥିବା ଗ୍ରାମବାସୀ ତାଙ୍କୁ ଅଟକ ରଖିଛନ୍ତି ।

Exit mobile version