Site icon ଆଜିକାଲି

ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ, ଖସିଲା ପାରଦ

ଦାରିଙ୍ଗବାଡ଼ି : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ । ହାଲକା ଶୀତ ସାଙ୍ଗକୁ ଘନ କୁହୁଡ଼ି । ଘନ କୁହୁଡ଼ି ରେ ଆଚ୍ଛାଦିତ ହେଉଛି କନ୍ଧମାଳ ଜିଲା ସମେତ ଦାରିଙ୍ଗବାଡ଼ି । ବିଗତ ୪୮ ଘଣ୍ଟା ରେ ଜିଲାର ବିଭିନ୍ନ ସ୍ଥାନରେ ପାରଦ ଖସିବାରେ ଲାଗିଛି । ଫଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ସକାଳୁ ସକାଳୁ ଘନ କୁହୁଡ଼ି ରେ ଆଚ୍ଛାଦିତ ହେଉଛି ।

ଦାରିଙ୍ଗବାଡ଼ି ସମେତ ଆଭ୍ୟନ୍ତରୀଣ ଅଞ୍ଚଳ ବିଗତ ଦିନ ଫୁଲବାଣୀରେ ତାପମାତ୍ରା ୧୩.୫ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ି ରେ ମଧ୍ୟ ୧୩ ଡିଗ୍ରୀ ଭିତରେ ରହୁଛି ଶୀତ । ଶୀତ ଋତୁ ଆସିଲେ ଦାରିଙ୍ଗିବାଡ଼ିକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଦାରିଙ୍ଗବାଡ଼ିରେ ବର୍ତ୍ତମାନ ୧୩ ଡ଼ିଗ୍ରୀ ରେ ଶୀତ ଅନୁଭୂତ ହେଉଛି ଯାହାକି ପ୍ରାତଭ୍ରମଣ ସାଙ୍ଗକୁ ଚା ଢ଼ୋକରେ ଶୀତର ଭରପୁର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା ।

Exit mobile version