Site icon ଆଜିକାଲି

ରାଜ୍ୟର ବିଭିନ୍ନ ଅଞ୍ଚଳରେ ପଡ଼ିଲାଣି ଶୀତ, ଜି. ଉଦୟଗିରି ଥଣ୍ଡା ସହର


ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ଅନୁଭୂତ ହେଉଛି । ପାହାଡ଼ିଆ ଅଞ୍ଚଳରେ ଅଧିକ ଶୀତ ପଡୁଛି । କିନ୍ତୁ ସମତଳ ଅଞ୍ଚଳରେ ଶୀତର ପ୍ରକୋପ କମ୍‌ ରହିଛି। ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କବାୟୁ ପ୍ରବାହ କରୁଥିବାରୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୩ରୁ ୪ ଡିଗ୍ରୀ ସେଲସିୟସ ଯାଏଁ ରାତି ତାପମାତ୍ରା ତଳକୁ ଖସିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସମତଳ ଓ ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଆହୁରି ହ୍ରାସ ପାଇବା ଦ୍ବାରା ଶୀତ ବଢ଼ିବ।

ଏହି ପରିପ୍ରେକ୍ଷୀରେ ଜି.ଉଦୟଗିରିରେ ରାଜ୍ୟର ସବୁଠୁ କମ୍‌ ସର୍ବନିମ୍ନ ରାତି ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଜି. ଉଦୟଗିରି ରାଜ୍ୟର ଥଣ୍ଡା ସହର ପାଲଟିଛି। ସେମିଳିଗୁଡ଼ାରେ ତାପମାତ୍ରା ୧୨.୯ଡିଗ୍ରୀ, ବୌଦ୍ଧ ଓ ଦାରିଙ୍ଗବାଡ଼ିରେ ୧୩ ଡିଗ୍ରୀ ଲେଖାଏଁ, କୋରାପୁଟରେ ୧୪.୨ ଡିଗ୍ରୀ, ଫୁଲବାଣୀରେ ୧୪.୫ ଡିଗ୍ରୀ ଏବଂ ଭବାନୀପାଟଣାରେ ୧୫.୫ ଡିଗ୍ରୀ ରାତି ତାପମାତ୍ରା ରହିଛି।

Exit mobile version