Site icon ଆଜିକାଲି

ଲମତାପୁଟରେ ଶୀତର ପହିଲି ଝଲକ, ୧୫ ଡିଗ୍ରୀକୁ ତଳକୁ ଖସିଲା ପାରଦ

ଲମତାପୁଟ : କୋରାପୁଟ ଜିଲା ଲମତାପୁଟରେ ଶୀତର ପହିଲି ପୁଲକ । ଜିଲାକୁ ଛୁଇଁଛି ପହିଲି ଶୀତ । ଯୁଆଡ଼େ ଚାହିଁଲେ ଚାରିଆଡେ ଶୀତର ଲହରୀ ଅନୁଭୂତ ହେଉଛି । ଜିଲାର ଲମତାପୁଟ ସମେତ ବିଭିନ୍ନ ଅଞ୍ଚଳରେ ହାଲକା କୁହୁଡ଼ି ସାଙ୍ଗକୁ ଶୀତ ଅନୁଭୂତ ହେଉଛି । ହାଲକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ ।

ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି l ସକାଳ ଓ ସନ୍ଧ୍ୟା ସମୟରେ ମଧ୍ୟ ହାଲକା ଶୀତ ଅନୁଭୂତ ହେଉଛି । ସେପଟେ ଜିଲାବାସୀ ସହରରେ ହାଲକା ଶୀତ ଓ ଘନ କୁହୁଡ଼ିର ମଜା ନେଉଛନ୍ତି । କହିବାକୁ କାର୍ତ୍ତିକ ଆସିନି ଆଶ୍ୱିମ ମାସରେ ଶୀତର ସ୍ପର୍ଶ ଅନୁଭୂତ କରୁଛନ୍ତି ଲୋକେ ।

Exit mobile version