Site icon ଆଜିକାଲି

ଶୀତ କମୁଛି, ଆସନ୍ତା ୪ ଦିନ ଶୁଖିଲା ପାଗ

ଭୁବନେଶ୍ୱର : ରାଜ୍ୟରେ ରାତି ତାପମାତ୍ରା ବଢ଼ିବା ସହ ଶୀତ ପ୍ରକୋପ ସାମାନ୍ୟ ହ୍ରାସ ପାଇଛି। ଆଗକୁ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାକୁ ଥିବାବେଳେ ଶୀତ ଆହୁରି କମିବ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବା ସହ ଶୀତ କମିବ। ତେବେ ୨ ଦିନ ଯାଏ କିଛି ଜିଲ୍ଲାରେ କୁହୁଡି ଦେଖାଯିବ। ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ କୁହୁଡି ଦୃଶ୍ୟମାନ ହେବ ।ଆସନ୍ତା ୪ ଦିନ ଯାଏଁ ଶୁଖିଲା ପାଗ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Exit mobile version