Site icon ଆଜିକାଲି

ଶୀତ କମୁଛି ଘନ କୁହୁଡ଼ି ବଢୁଛି, ଟ୍ୱିନ୍‌ ସିଟିରେ ଦିଶୁନି ରାସ୍ତା

ଭୁବନେଶ୍ୱର : ସାରା ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ । ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେଇଛି । ମାତ୍ରାଧିକ କୁହୁଡ଼ି ଯୋଗୁଁ ରାସ୍ତାରେ ବିନା ଲାଇଟରେ ବାଇକ୍ ବା ଅନ୍ୟାନ୍ୟ ଯାନ ଚାଲିବା ଅସମ୍ଭବ ହୋଇ ପଡ଼ିଛି । ପଶ୍ଚିମା ବାୟୁ ପ୍ରଭାବରେ କୁହୁଡ଼ି ଦେଖାଦେଇଥିବା କହିଛି ପାଣିପାଗ ବିଭାଗ ।ଅନ୍ୟପଟେ ବାୟୁମଣ୍ଡଳରେ ଅଧିକ ଧୂଳିକଣା ଓ ଆର୍ଦ୍ରତା ପାଇଁ କୁହୁଡ଼ି ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ବିଶେଷ କରି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖାଦେଇଛି । ସେହିପରି ରାଉରକେଲାରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । ସେପଟେ କଟକରେ ସମାନ ପରିସ୍ଥିତି ଦେଖାଦେଇଥିବା ବେଳେ ପୁରୀରେ ମଧ୍ୟ କୁହୁଡ଼ି ଲାଗି ରହିଛି । କୁହୁଡ଼ି ଯୋଗୁଁ ୨୦ରୁ ୩୦ ମିଟର ଦୂରକୁ କିଛି ଦୃଶ୍ୟମାନ ହେଉନାହିଁ । ଖାଲି ଭୁବନେଶ୍ୱର ନୁହେଁ ଘନକୁହୁଡ଼ିର ଆସ୍ତରଣରେ ଘୋଡେଇ ହୋଇଛି କଟକ ସହ ରାଜ୍ୟର ଅନେକ ଜିଲା । ଘନ କୁହୁଡ଼ି ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି । ଗାଡ଼ି ଚଳାଚଳ କରିପାରୁନାହିଁ । ସେହିପରି ରାଉରକେଲାରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । ରାସ୍ତାଘାଟ କିଛି ଦେଖାଯାଉ ନାହିଁ । ସେପଟେ କଟକରେ ସମାନ ପରିସ୍ଥିତି ଦେଖାଦେଇଥିବା ବେଳେ ପୁରୀରେ ମଧ୍ୟ କୁହୁଡ଼ି ଲାଗି ରହିଛି ।

Exit mobile version