Site icon ଆଜିକାଲି

ଶୀତ ପ୍ରକୋପ ହ୍ରାସ: ୧୦ ଡିଗ୍ରୀ ତଳେ ରାଜ୍ୟର ତିନି ସହର , କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର – ରାଜ୍ୟରେ ଶୀତ କମିଛି । ଗତ ୨-୩ ଦିନ ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇଛି। କେତେକ ସ୍ଥାନରେ ଘନ ଓ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେଉଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୩ଟି ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ୍ ରେକର୍ଡ କରାଯାଇଛି। ୭ ଡିଗ୍ରୀ ସେଲସିୟସ ସହ କୋରାପୁଟ ସବୁଠୁ ଥଣ୍ଡା ସହର ହୋଇଛି। ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ସିମିଳିଗୁଡ଼ାରେ ୯ ଓ ଫୁଲବାଣୀ ସହରରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। କଟକରେ ରାତି ତାପମାତ୍ରା ୧୬.୫ ଓ ଭୁବନେଶ୍ବର ୧୬.୯ ଡିଗ୍ରୀ ସେଲସିୟସ ରହିଛି। ଆସନ୍ତା କିଛି ଦିନ ରାଜ୍ୟରେ ପାଗ ଶୁଖିଲା ରହିବ ।

Exit mobile version