Site icon ଆଜିକାଲି

ରାଜ୍ୟରେ ଶୀତ ଲହରୀ ଜାରି, ୨୧ରୁ ପୁଣି ବଢିପାରେ ରାତି ତାପମାତ୍ରା

ଭୁବନେଶ୍ୱର – ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ଆଗାମୀ ୪ରୁ ୫ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ,ରାଜ୍ୟରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ । ୨୧ ତାରିଖରୁ ରାଜ୍ୟରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ । ପୁରୀ, ଗୋପାଳପୁର, ଖୋର୍ଦ୍ଧାରେ ପାରଦ ୧୭ ଡିଗ୍ରୀ ଉପରକୁ ଯାଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ କିଛି ଦିନ ରାଜ୍ୟର ଅନେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ବି ଦେଖିବାକୁ ମିଳିବ ।

Exit mobile version