Site icon ଆଜିକାଲି

ରାଜ୍ୟରେ ଶୀତ ଲହରୀ, ଶିମିଳିଗୁଡାରେ ସର୍ବନିମ୍ନ ରାତି ତାପମାତ୍ରା

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିଛି । ଗତକାଲି ରାଜ୍ୟର ୯ଟି ସହରର ରାତି ତାପମାତ୍ରା ୧୪ ଡିଗ୍ରୀ ତଳେ ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲାର ଶିମିଳିଗୁଡ଼ାଠାରେ ରେକର୍ଡ ହୋଇଛି। ଏଠାରେ ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ କରାଯାଇଛି । ଜି. ଉଦୟଗିରିରେ ୮.୨ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି। କୋରାପୁଟରେ ୧୦.୫, ଫୁଲବାଣୀ‌ରେ ୧୧, ଭବାନୀପାଟଣାରେ ୧୨, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୧୨ , ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୩.୨ ଡିଗ୍ରୀଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରୀ ସେଲସିୟଅସ୍ ରେକର୍ଡ ହୋଇଛି।

ରାଜ୍ୟରେ ଶୁଖିଲା ପାଗ ଜାରି ରହିବ । ଆଭ୍ୟନ୍ତରୀଣ ଅଞ୍ଚଳରେ ଆସନ୍ତା ୪ ରୁ ୫ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Exit mobile version