Site icon ଆଜିକାଲି

ରାଜ୍ୟରେ ସ୍ବାଭାବିକ ହେବ ଶୀତ, ୨ରୁ ୪ଡିଗ୍ରୀ ଯାଏ ତଳକୁ ଖସିବ ରାତି ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ସ୍ବାଭାବିକ ହେବ ଶୀତ। ୨ରୁ ୪ଡିଗ୍ରୀ ଯାଏ ତଳକୁ ଖସିବ ପାରଦ। ଆଗାମୀ ୨ଦିନରୁ ୩ଦିନରେ ରାତି ତାପମାତ୍ରା କମିବ ବୋଲି ଆକଳ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ରାଜ୍ୟରେ ବର୍ତ୍ତମାନ କୋହଲା ପାଗ ହଟିଛି। ଏହାସହ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ପାହାଡ଼ି ଅଞ୍ଚଳ ଫୁଲବାଣୀରେ ଏବେ ଥଣ୍ଡା ଅନୁଭୂତ ହେଉଛି । ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇଗଲାଣି। ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ବେଶୀ ଶୀତ ଅନୁଭୂତ ହେଉଛି। ଏହା ସହ କିଛି ସ୍ଥାନରେ କୁହୁଡ଼ି ପଡୁଥିବା ଦେଖିବାକୁ ମିଳିଛି। ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ଜାଳି ବସି ରହୁଥିବା ବେଳେ ଆଉ କିଛି ଲୋକେ ପ୍ରାତଃ ଭ୍ରମଣ କରୁଛନ୍ତି।

FacebookTwitterLinkedinWhatsapp
Exit mobile version