Site icon ଆଜିକାଲି

ଆସନ୍ତା ୭ରୁ ବଢିବ ଶୀତ

ଭୁବନେଶ୍ବର – ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ଆସନ୍ତା ୭ ତାରିଖ ଯାଏଁ ଏଭଳି ବର୍ଷା ଲାଗି ରହିବ। ଏହାପରେ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ହେବା ସମ୍ଭାବନା ରହିଛି।ବର୍ତ୍ତମାନ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ଅଧିକ ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୩ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ ୨୪ ଘଣ୍ଟାରେ କୋରାପୁଟରେ ସବୁଠୁ କମ୍ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ଼ କରାଯାଇଛି। ଦାରିଙ୍ଗବାଡ଼ିରେ ୧୬ ଡିଗ୍ରୀ, ଫୁଲବାଣୀରେ ୧୭.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୧୮.୬ ଡିଗ୍ରୀ, ବୌଦ୍ଧରେ ୧୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।

Exit mobile version