Site icon ଆଜିକାଲି

ରାଜ୍ୟରେ ଆଜି ଠୁ ବଢିବ ଶୀତ

ଭୁବନେଶ୍ୱର : ଖସିବ ପାରଦ, ବଢିବ ଶୀତ । ରାଜ୍ୟରେ ଆଜିଠାରୁ ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ଧୀରେ ଧୀରେ ଖସିବ । ୩ରୁ ୪ ଡିଗ୍ରୀ ଯାଏ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହୋଇପାରେ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ଶୁକ୍ରବାର ରାଜ୍ୟରେ ଅଧିକ କୁହୁଡ଼ି ଦେଖାଯିବନି । କିନ୍ତୁ ରାତି ତାପମାତ୍ରା କ୍ରମଶଃ ଖସିବ । ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି, ୧୬ରୁ ତାପମାତ୍ରା କମିବ । କିନ୍ତୁ ପୂରା ରାଜ୍ୟରେ ଏହା ଅନୁଭୂତ ହେବନି । ଉପକୂଳରେ ୧୮ରୁ ଅଧିକ ଶୀତ ଅନୁଭୂତ ହେବ ।

Exit mobile version