କଟକ: କଟକସ୍ଥିତ ଯୋବ୍ରା ବ୍ୟାରେଜ୍ରୁ ଜଣେ ମହିଳା ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାଁ କାମିନୀ ସ୍ଵାଇଁ ଏବଂ ସେ କଟକ ଅରିଲୋ ଅଞ୍ଚଳର ବୋଲି ଜଣାପଡ଼ିଛି। ରବିବାର ଅପରାହ୍ନ ସମୟରେ କାମିନୀ ଯୋବ୍ରା ବ୍ୟାରେଜକୁ ଆସି ବ୍ରିଜ୍ ଉପରେ ନିଜ ବ୍ୟାଗ୍, ମୋବାଇଲ ଫୋନ୍, ଚପଲ ଆଦି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। ସେହି ସମୟରେ ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।