Site icon ଆଜିକାଲି

ବଜ୍ରାଘାତରେ ମହିଳା ମୃତ



କେନ୍ଦୁଝର,୧୭ା୫(ନିପ୍ର) ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣା ପଞ୍ଚାୟତ ଚିଲିଦା ବେହେରା ସାହିର ମୂରଲିଧର ବେହେରା ଙ୍କ ସ୍ତ୍ରୀ ବିମଳା ବେହେରା(୫୦)ଆଜି ଅପରାହ୍ଣ ସାଢେ ୧ଟା ୧୦ ମିନିଟ ପାଖାପାଖି ବଡବନ୍ଧ ନିକଟକୁ ଶୈାଚହେବା ପାଇଁ ଯାଇଥିବାବେଳେ ବଜ୍ରାଘାତ ମାରିବାରୁ ମୃତ୍ୟୁ ବରଣ କରିଛନ୍ତି।ସୁଚନାମୁତାବକ,ସେ ଆଜି ବଡବନ୍ଧ କୁ ଶୈାଚହେବା ପାଇଁ ଯାଇ ଲୁଗା ପିନ୍ଧୁଥିବାବେଳେ ତାଙ୍କୁ ଏକ ଶୁଖିଲା ବିଜୁଳି ମାରିବାରୁ ଟଡିପଡିଥିଲେ।ଛେଳି ଚରାଳିମାନେ ଦେଖିବାପରେ ପରିବାର ଙ୍କୁ ଖବର ଦେବାରୁ ବିମଳା ଙ୍କୁ ଉଦ୍ଧାର କରି ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ।ସେଠାରେ ଚିକିତ୍ସା ପୂର୍ବରୁ ବିମଳା ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।ପୋଲିସ ସବ ଜବତ କରି ତଦନ୍ତ ଆରମ୍ଭ କରିଛି।

Exit mobile version