Site icon ଆଜିକାଲି

ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ହନୁମାନ ବାଟିକା ନିକଟରେ ଦୁର୍ଘଟଣା । ଡ୍ୟୁଟି ପାଇଁ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍ । ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଯୋହନି ତିର୍କୀ ।

ସୂଚନା ଯେ, ରାଉରକେଲାରେ ହକି ପୁରୁଷ ବିଶ୍ୱକପ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏଥିପାଇଁ ନିୟୋଜିତ ହୋଇଛନ୍ତି ଅନେକ ପୋଲିସ କର୍ମଚାରୀ ଓ ସୁରକ୍ଷା ବାହିନୀ । ହକି ଷ୍ଟାଡିୟମ୍ ଗେଟ ନମ୍ୱର୍ ୬ରେ ଥିଲା ଡ୍ୟୁଟି । ବନ୍ଧମୁଣ୍ଡାରୁ ଡ୍ୟୁଟି ପାଇଁ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ୍ । ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Exit mobile version