Site icon ଆଜିକାଲି

ବାହାନଗାରେ ଟ୍ରାକରୁ ବଗି ହଟାଇବା କାମ ଶେଷ, ଆଜି ଚେନ୍ନାଇ ଅଭିମୁଖେ ଭଦ୍ରକରୁ ବାହାରିବ ସ୍ୱତନ୍ତ୍ର ଟ୍ରେନ

ବାଲେଶ୍ୱର : ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ଟ୍ରାକରୁ ବଗି ହଟାଇବା କାମ ଶେଷ ହୋଇଛି । ରେଳ ଧାରଣାରୁ ୨୧ଟି ବଗି ଉଠାଯାଇଛି । ଏହି ରୁଟରେ ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି। ବିଦ୍ୟୁତ ଖୁଣ୍ଟ ଓ ଲାଇନ ମରାମତି କାମ ମଧ୍ୟ ତ୍ୱରାନ୍ୱିତ ହୋଇଛି।

ଏଣେ ଆଜି ଦିନ ଗୋଟାଏରେ ଏକ ସ୍ପେଶାଲ ଟ୍ରେନ ଭଦ୍ରକରୁ ବାହାରି ଚେନ୍ନାଇ ଅଭିମୁଖେ ଯାତ୍ରା କରିବ । ଏହି ଟ୍ରେନ କଟକ, ଭୁବନେଶ୍ବର ସମେତ ସମସ୍ତ ପ୍ରମୁଖ ଷ୍ଟେସନରେ ରହଣୀ କରିବ । ଟ୍ରେନ ସହ ଗୋଟିଏ ପାର୍ସଲ ଭ୍ୟାନ ମଧ୍ୟ ସଂଯୋଗ କରାଯିବ । ଆବଶ୍ୟକ ପଡିଲେ ଏଥିରେ ମୃତଦେହ ନିଆଯିବ ।

Exit mobile version