Site icon ଆଜିକାଲି

ରଙ୍ଗ କରିବା ବେଳେ ଆପାର୍ଟମେଣ୍ଟରୁ ଖସି ଶ୍ରମିକଙ୍କ ମୃତ୍ୟୁ, ପରିବାରଲୋକଙ୍କ ରାସ୍ତା ଅବରୋଧ

ବାରଙ୍ଗ : ରଙ୍ଗ କରୁଥିବା ବେଳେ ଆପାର୍ଟମେଣ୍ଟରୁ ଖସି ପଡିଲେ ଶ୍ରମିକ । ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ଜୀବନ । ଶ୍ରମିକଙ୍କ ଶବ ସତ୍କାର ପାଇଁ ୫ ହଜାର ଟଙ୍କା ହାତଗୁଞ୍ଜା ଦେଇ ଖସିବାକୁ ଚେଷ୍ଟା କରିଥିଲେ ଠିକାଦାର । ଏହା ପ୍ରତିବାଦରେ ପରିବାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସର ବୁଝାସୁଝା ପରେ ମଧ୍ୟ୍ୟ ଧାରଣାରୁ ଉଠିବାକୁ ନାରାଜ ପରିବାର ଲୋକ ।

ସୂଚନା ଯେ, ଗୌରାଙ୍ଗ ୫ ଦିନ ହେଲା ଆପାର୍ଟମେଣ୍ଟ ମାଲିକଙ୍କ ନିକଟରେ କାମ କରୁଥିଲେ । ସବୁଦିନ ଭଳି ଆଜି ରଙ୍ଗ କାମ ପାଇଁ ବାଉଁଶ ବାନ୍ଧିବା ବେଳେ ଗୋଡ଼ ଖସି ତଳେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତି ହେଲେ ସାଲିଆସାହିର ଗୌରାଙ୍ଗ ସାହୁ । ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ ମଧ୍ୟ ଘର ମାଲିକ ନିଜେ ନ ଆସି ଫୋନ୍ ଯୋଗେ ୫ ହଜାର ଟଙ୍କା ମୃତକଙ୍କ ପରିବାରକୁ ଫେରାଇବାକୁ କହିଥିଲେ । ଯାହାକୁ ବିରୋଧ କରି ମୃତକଙ୍କ ପରିବାର ଲୋକ ରାସ୍ତା ଅବରୋଧ କରିଥିଲେ ।

Exit mobile version