Site icon ଆଜିକାଲି

ବିଦ୍ୟୁତ ଖୁଣ୍ଟରେ ଜଳିଗଲେ କର୍ମଚାରୀ

ସମ୍ବଲପୁର : ସମ୍ବଲପୁର ଖେତରାଜପୁର ଥାନା ସମ୍ମୁଖରେ ଅଘଟଣ । ବିଦ୍ୟୁତ ଖୁଣ୍ଟରେ ଜଣେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ ଖୁଣ୍ଟ ଉପରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି ।

ସୂଚନା ଯେ, ବିଦ୍ୟୁତ ବିଭାଗ କର୍ମଚାରୀ ଜଣଙ୍କ ଖୁଣ୍ଟ ଉପରେ ଚଢି କାମ କରୁଥିଲେ । ଏହି ସମୟରେ ହଠାତ୍‌ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା । ଯାହାଫଳରେ କର୍ମଚାରୀ ଜଣଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି । ସେପଟେ ଏହି ଅଘଟଣ ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ଖୁଣ୍ଟରେ ଝୁଲୁଥିବା ମୃତଦେହକୁ ଉଦ୍ଧାର କରିଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।

Exit mobile version