Site icon ଆଜିକାଲି

ଉତ୍କଳ ବ୍ରାହ୍ମଣ ପୂଜକ ସଂଘ ପକ୍ଷରୁ ବିଶ୍ବ ବ୍ରାହ୍ମଣ ଦିବସ ପାଳନ

କେନ୍ଦୁଝର, (ନିପ୍ର) କେନ୍ଦୁଝର ସହର ମାଇନିଂରୋଡ ସ୍ଥତ ଶ୍ରୀରାମ ମନ୍ଦିର ପରିସର ରେ ଥିବା ଉତ୍କଳ ବ୍ରାହ୍ମଣ ପୂଜକ ସଂଘ ପକ୍ଷରୁ ଶତାଧିକ ବ୍ରାହ୍ମଣ ଙ୍କ ଉପସ୍ଥିତିରେ ବ୍ରହ୍ମଣ ଦିବସ ପାଳିତ ହୋଇଛି।ଅନୁଷ୍ଠାନର ସଭାପତି ବ୍ରଜକିଶୋର ମହାପାତ୍ର,ସଂମ୍ପାଦକ ଶ୍ରୀକାନ୍ତ କୁମାର ପଣ୍ତା ଏହି ଉତ୍ସବ ପାଳନ ବିଷୟରେ ସୂଚନା ପ୍ରଦାନ କରିଥିଲେ।ଡିଏନ ହାଇସ୍କୁଲର ପ୍ରାକ୍ତନ ସଂସ୍କୃତ ଶିକ୍ଷକ ପଣ୍ତିତ ମଧୁସୂଦନ ମିଶ୍ର ବିଶ୍ବ ବ୍ରାହ୍ମଣ ଦିବସ ଓ ରାଷ୍ଟ୍ର କଲ୍ୟାଣ ତଥା ସମାଜ କଲ୍ୟାଣ ସଂମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସହର ର ଗୈାରଚନ୍ଦ୍ର ମିଶ୍ର,ପ୍ରଫୁଲ୍ଲ କୁମାର ମିଶ୍ର,ସରୋଜ କାନ୍ତ ରଥ,ଆଇନଜିବୀ ବଳଭଦ୍ର ନନ୍ଦ ପ୍ରମୁଖ ବହୁ ମାନ୍ୟଗଣ୍ୟବ୍ୟକ୍ତି ଯୋଗଦେଇ ବ୍ରାହ୍ମଣ ସମାଜ ଉପଯୋଗୀ ତାପର୍ଯ୍ୟ ବିଶୟରେ ଅଲୋକପାତ କରିଥିଲେ।ବିଶ୍ବ କଲ୍ୟାଣ ପାଇଁ ଗୀତାପାଠ ପୂଜାର୍ଚ୍ଚନା କରାଯାଇଥିବାବେଳେ ମାନସ କୁମାର ହୋତା ଭଜନ ପରିବେଶଣ କରିଥିଲେ।ଏହି ଅବସର ରେ ମନ୍ଦିର ନିକଟରେ ଥିବା ଭିକ୍ଷୁକ ମାନଙ୍କୁ ବସ୍ତ୍ର ଓ ଭୋଜନ ବଣ୍ଟନ କରାଯାଇଥିଲା।ପରେ ପରେ କେନ୍ଦୁଝର ଟେଲିଫୋନ ଛକ ଠାରୁ ମାଇନିଂ ରାମ ମନ୍ଦିର ପର୍ଯ୍ୟନ୍ତ ହରିରାମ ସଂକିର୍ତ୍ତନ ସହର ପରିକ୍ରମା କରାଯାଇଥିଲା।ଶେଷରେ ସୁଶାନ୍ତ କୁମାର ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version