Site icon ଆଜିକାଲି

ବିଶ୍ୱକପ ହକି ପ୍ରସ୍ତୁତି: ରାଉରକେଲା ଏୟାରଷ୍ଟ୍ରିପ କାମ ଶେଷ ହୋଇଥିବା କହିଲେ ସିଏସ

ଭୁବନେଶ୍ୱର : ବିଶ୍ୱକପ ହକି ଆୟୋଜନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ (ସିଏସ) ସୁରେଶ ଚନ୍ଦ୍ର ମହାପାତ୍ର । ସମୀକ୍ଷା ପରେ ସେ କହିଛନ୍ତି ଯେ, ରାଉରକେଲା ଏୟାରଷ୍ଟ୍ରିପ୍ କାମ ସମ୍ପୂର୍ଣ୍ଣ ହୋଇଛି । ଏହାର ଅନୁଧ୍ୟାନ ଚାଲିଛି । ଅନୁଧ୍ୟାନ ସରିବା ପରେ ଲାଇସେନ୍ସ ମିଳିବ । ବିଭିନ୍ନ ଏୟାରଲାଇନ୍ସ ସହ ମଧ୍ୟ କଥାବାର୍ତ୍ତା କରାଯାଇଛି । ଆବଶ୍ୟକ ସ୍ଥଳେ ଚାର୍ଟର ଫ୍ଲାଇଟରେ ବି ଖେଳାଳିଙ୍କୁ ନେବା ଆଣିବା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଆସନ୍ତାମାସ ୧୩ ତାରିଖରୁ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ୱକପ । ଏଥର ଭୁବନେଶ୍ୱରରେ ସମେତ ରାଉରକେଲାରେ ବି ଖେଳାଯିବ ବିଶ୍ୱକପର ମ୍ୟାଚ । ଏଥିପାଇଁ ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରାଯାଇଛି ।

Exit mobile version