Site icon ଆଜିକାଲି

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ୧୪ ପ୍ଲାଟୁନ ପୋଲିସ ଫୋର୍ସ ଜଗିବେ ମଥୁରାନଗରୀ

ବରଗଡ଼ : ମଥୁରାନଗରୀ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରୀ ୬ ତାରିଖ ଦୀର୍ଘ ୧୧ ଧରି ଆୟୋଜିତ ହେବ । ଯାତ୍ରାରେ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ୧୧ ଦିନର ଯାତ୍ରା ପାଇଁ ବରଗଡ଼ ସହର ତଥା ଅମ୍ବାପାଲିରେ ୧୪ ପ୍ଲାଟୁନ ଫୋର୍ସ ସହ ୨ ସେକ୍ସନ ପୁଲିସ ଏବଂ ଗୋଟିଏ ୟୁନିଟ୍ ଡିଭିଏଫ୍ ମୁତୟନ ରହିବେ ।

ସେହିପରି ଜଣେ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୧୪ ଜଣ ଇନସେପେକ୍ଟର, ୩୮ ଏସିଆଇ , ୬୬ ଏଏସଆଇ ସୁରକ୍ଷା ଦାୟିତ୍ବରେ ରହିବା ସହ ସହରର ବିଭିନ୍ନ ସ୍ଥାନରେ ସିସିଟିଭି, ଡ୍ରୋନ କ୍ୟାମେରାରେ ଅପରାଧିମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ଏବଂ ପୁଲିସ ସହାୟତା କେନ୍ଦ୍ର ମାନ ସ୍ଥାପନ କରାଯାଇଥିବା ନେଇ ଏସପି ପରମାର ପି ସ୍ମିତ ସୂଚନା ଦେଇଛନ୍ତି । ସେହିପରି ରାସ୍ତାର ବିଭିନ୍ନ ସ୍ଥାନରେ ବାଇକ ପାଟ୍ରୋଲିଂ ସେବାକୁ ବରଗଡ଼ ଏସପି ପରମାର ପି ସ୍ମିତ ଉଦଘାଟନ କରିଥିବା ବେଳେ ଏହା ଯାତ୍ରା ସମୟରେ ଅସାମାଜିକ ତତ୍ତ୍ବ ଉପରେ ନଜର ରଖୁବ ବୋଲି ଏସପି ସୂଚନା ଦେଇଛନ୍ତି ।

Exit mobile version