Site icon ଆଜିକାଲି

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଧନୁଯାତ୍ରା ଆପ୍ଲିକେସନ୍ ଉଦଘାଟିତ

ବରଗଡ଼: ୭୫ ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ତଥା ହୀରକ ଜୟନ୍ତୀ ପାଳନ ପାଇଁ ଜୋରସୋରରେ ପ୍ରଚାର ପ୍ରସାର କରାଯାଉଛି । ଏହି କ୍ରମରେ ‘ଆମର ବରଗଡ଼ ଧନୁଯାତ୍ରା’ ନାମକ ଏକ ଆପ୍ଲିକେସନ୍ ଉଦଘାଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ଏହାକୁ ବରଗଡ଼ ଜିଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାନେତ୍ରୀ ମୋନୀଷା ବାନାର୍ଜୀ ଉଦଘାଟନ କରିଥିଲେ।

ଆୟୋଜିତ ସଭାକୁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ପରିଚାଳନା କରିଥିଲେ। ଏଥିରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, ଜିଲା ଆରକ୍ଷୀ ଅଧିକ୍ଷକ ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ। ମହୋତ୍ସବ ସମିତିର ପ୍ରଚାର ପ୍ରସାର କମିଟି ପକ୍ଷରୁ ତଥା ବିକାଶ ଗ୍ରୁପ ଅନୁଷ୍ଠାନ ପକ୍ଷରୁ ଡିଜାଇନ୍ ହୋଇ ଥିବା ଏହି ଆପ୍ଲିକେସନ୍ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ। ଏଥିରେ ଧନୁଯାତ୍ରାର ପ୍ରତ୍ୟେକ ଦିନର ସିଧାପ୍ରସାରଣ ଦେଖିବାକୁ ମିଳିବ। ସେହିପରି ମହାରାଜା କଂସଙ୍କ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତ୍ୟେକ ଲାଇଭ କାର୍ଯ୍ୟକ୍ରମ, ଲେଆଉଟ ମେପ, ଟ୍ରାଫିକ ମେପ ଉପଲବ୍ଧ ରହିଛି ।

Exit mobile version