Site icon ଆଜିକାଲି

ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ


କେନ୍ଦଝର, (ନିପ୍ର) ଜିଲ୍ଲା ପ୍ରାଣୀ ଚିକିତ୍ସକ ଡା: ଅକ୍ଷୟ କୁମାର ଘଡାଇ ଙ୍କ ମାର୍ଗ ଦର୍ଶନରେ ଶନିବାର ରମାଦେବୀ ଗ୍ରାମ ବିକାଶ ସଂଗଠନ ଓ ହାଇପର ଇଣ୍ଟରନେସନାଲ ମିଳିତ ସହଯୋଗ ରେ ହରିଚନ୍ଦନପୁର ପିଠାଗୋଳା ପଞ୍ଚାୟତ ଶରଧାପୋଶି ଗ୍ରାମରେ ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ ୨୦୨୩ ପାଳନ କରାଯାଇଛି।ହରିଚନ୍ଦନପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ର ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଅଧିକାରୀ ଡା:ରଘୁନାଥ ଜେରାଇ,ସହଯୋଗୀ ପ୍ରାଣୀ ଚିକିତ୍ସକ ଡା: ସଂଘମିତ୍ରା ଦେହୁରୀ, ପ୍ରାଣୀଧନ ନିରୀକ୍ଷୀକ ଶ୍ରୀମତୀ କେତକୀ ମହାନ୍ତ,ରମାସେବୀ ଗ୍ରାମ ବିକାଶ ର ସଂଗଠନ ର ଶ୍ରୀ ଓଁ ପ୍ରକାଶ ସାହୁ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗଦେଇ ରଙ୍ଗାପାଟ କୃଷକ ଉତ୍ପାଦକ କମ୍ପାନୀ ର ମହିଳା ମାନଙ୍କୁ ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ ପାଳନ ଆବଶ୍ୟକତା ସଂମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସର ରେ ପ୍ରାଣୀଧନ ମାନଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିଲରେ ୫୩୭ ଛେଳି ଓ ୧୨୦ ଗୋରୁ ଗାଈ ମାନଙ୍କୁ ଟିକାକରଣ,କୃମିନାଶକ ଔଷଧ ସେବନ ଓ ଚିକିତ୍ସା କରାଯାଇଥିଲା। ପ୍ରକଳ୍ପ ସଂଯୋଜକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମହିଳା ଚାଷୀ ମାନଙ୍କୁ ନେଇ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

Exit mobile version