Site icon ଆଜିକାଲି

ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ, କାରଣ ଅସ୍ପଷ୍ଟ

ପୁରୀ : ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ପର୍ଯ୍ୟନ୍ତ ଚଢ଼ିଥିବା ବ୍ୟକ୍ତି ଜଣକ ହେଲେ ଅଗ୍ନିଶ୍ବର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା। ତେବେ ସେ କେଉଁ ଉଦ୍ଦେଶ୍ୟ ନେଇ ନୀଳଚକ୍ର ପର୍ଯ୍ୟନ୍ତ ଚଢ଼ି ଯାଇଥିଲେ, ସେ ବାବଦରେ ଜଣାପଡ଼ି ନାହିଁ।

ସୂଚନା ଅନୁଯାୟୀ, ପୂଜକ ଚନ୍ଦ୍ରଶେଖର କୌଣସି କାରଣକୁ ନେଇ ଶ୍ରୀମନ୍ଦିରର ନୀଳଚକ୍ର ବାନା ଲାଗୁଥିବା ସ୍ଥାନ ପର୍ଯ୍ୟନ୍ତ ଚଢ଼ି ବୁଲାବୁଲି କରୁଥିବା ବେଳେ ଚୂନରା ସେବକ ଦେଖିଥିଲେ । ପରେ ଏନେଇ ପୁଲିସଙ୍କୁ ଜଣାଇଥିଲେ । ଲିସ ଓ ଜେଟିପି ସଙ୍ଗେସଙ୍ଗେ ଶ୍ରୀମନ୍ଦିର ନିକଟରେ ପହଞ୍ଚି ପୂଜକ ଚନ୍ଦ୍ରଶେଖରଙ୍କୁ ତୁରନ୍ତ ଓହ୍ଲାଇବାକୁ କହିଥିଲେ । କିନ୍ତୁ ଚନ୍ଦ୍ରଶେଖର ପ୍ରଥମେ କାହାରି କଥା ଶୁଣି ନ ଥିଲେ। ବାରମ୍ବାର କହିବା ପରେ ଦକ୍ଷିଣ ଘର ଛାତ ଦେଇ ପୂଜକ ଜଣକ ତଳକୁ ଓହ୍ଲାଇଥିବା ଜଣାପଡ଼ିଛି । ସିଂହଦ୍ୱାର ଥାନା ପୁଲିସ ଚନ୍ଦ୍ରଶେଖରଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

Exit mobile version