Site icon ଆଜିକାଲି

ବାଲେଶ୍ୱରରେ ୟମାହା ପ୍ରିମିୟମ୍ ସୋ’ରୁମ୍ ‘ବ୍ଲୁ ସ୍କୋୟାର’ ଉଦ୍‌ଘାଟିତ

ବାଲେଶ୍ୱର : ବାଲେଶ୍ୱର ସହର ପୋଲିସ ଲାଇନ୍ ଛକ ନିକଟରେ ଥିବା ଦୁଇଚକିଆ ଯାନ ‘ୟମାହା’ର ଅଧିକୃତ ବିକ୍ରେତା ସାଇଅନନ୍ତ ଅଟୋ ମୋବାଇଲସ୍ ପକ୍ଷରୁ ରୂପାନ୍ତରିତ ପ୍ରିମିୟମ୍‌୍ ସୋ’ରୁମ ‘ବ୍ଲୁ ସ୍କୋୟାର’ ଶୁକ୍ରବାର ଉଦ୍‌ଘାଟିତ ହୋଇଛି । ୟାମାହ କମ୍ପାନୀର ବରିଷ୍ଠ ଉପ-ସଭାପତି ରବୀନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିବା ସହ ଏହାର ସଫଳତା କାମନା କରିଥିଲେ । ଯୁବପିଢ଼ି ଓ କ୍ରୀଡ଼ାବିତଙ୍କ ଋଚିକୁ ଦୃଷ୍ଟିରେ ରଖି ଦେଶରେ ସମ୍ପ୍ରତି ୧୧୭ ଗୋଟି ‘ବ୍ଲୁ ସ୍କୋୟାର’ ସୋ’ରୁମ କାର୍ଯ୍ୟକ୍ଷମ ରହିଛି । କମ୍ପାନୀର ଏକ୍ସକ୍ଲୁସିଭ ତଥା ଅତ୍ୟାଧୁନିକ ସ୍ପୋର୍ଟସ ମଡେଲର ୟମାହା ଗାଡ଼ି କେବଳ ଏହିଭଳି ସୋ’ରୁମ୍‌ରେ ଉବଲବ୍ଧ ହୋଇଥାଏ । ଏହି ସୋ’ରୁମକୁ ଆସୁଥିବା ଗ୍ରାହକ ସନ୍ତୋଷ ଲାଭ ସହ ନୂତନ ଗ୍ରାହକ ସୃଷ୍ଟି ଦିଗରେ ବେଶ ସହାୟକ ହେବ ଓଡ଼ିଶାରେ ସାଇ ଅନନ୍ତ ଆଟୋମୋବାଇଲ୍ସ ସମେତ ୫ ଗୋଟି ‘ବ୍ଲୁ ସ୍କୋୟାର’ ସୋ’ରୁମ୍ ଉପଲବ୍ଧ ଥିବାର ସୂଚନା ଦେଇଛନ୍ତି । କମ୍ପାନୀର ଜୋନାଲ ବିଜିନେସ ହେଡ ଆସିଫ ଇକବାଲ ଏବଂ ଟେରିଟୋରି ମ୍ୟାନେଜର ଏମ୍‌ଡି ଜିସମ୍ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବ୍ଲୁ ସ୍କୋୟାର ସୋରୁମର ବୈଶିଷ୍ଟ ସମ୍ପର୍କରେ ସୂଚନା ଦେବା ସହ ବିଶେଷ କରି ନୂଆ ନୂଆ ଅତ୍ୟାଧୁନିକ ତଥା ଆକର୍ଷଣୀୟ ମଡେଲର ୟାମାହ ଗାଡ଼ି ଏଠାରେ ବିକ୍ରି ହେବ ବୋଲି କହିଥିଲେ । ଏଥିସହ କମ୍ପାନୀ ଦୀର୍ଘ ୬୭ ବର୍ଷ ଧରି ସାରା ଦେଶରେ ଅର୍ଜ୍ଜନ କରିଥିବା ସୁନାମ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଆୟୋଜିତ ସଭାରେ ସାଇ ଅନନ୍ତ ଅଟୋ ମୋବାଇଲ୍‌ର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀ ନାରାୟଣ ମହାନ୍ତି ଅଧ୍ୟକ୍ଷତା କରିବା ସହ ବାଲେଶ୍ୱରରେ ଦୀର୍ଘ ୭ ବର୍ଷ ଧରି ଏହିି ଶୋ ରୁମ୍ ନିରବଚ୍ଛିନ ଭାବେ ଗ୍ରାହକଙ୍କ ବିଶ୍ୱାସ ଜିତି ପାରିଛି । ସେହିପରି ଆଗକୁ ମଧ୍ୟ ଗ୍ରାହକଙ୍କୁ ବିଶ୍ୱାସର ସୂତ୍ରର ବାନ୍ଧି ରଖିବ ବୋଲି ମତବ୍ୟକ୍ତ କରିଥିଲେ । ନିର୍ଦ୍ଦେଶିକା ରଶ୍ମିତା ମହାନ୍ତି ଯୋଗଦେଇ ପ୍ରଥମଥର ପାଇଁ ବାଲେଶ୍ୱର ସହରରେ ଏଭଳି ଏକ ପ୍ରିମିୟର ସୋ’ରୁମ ଖୋଲାଯାଇଛି । ୟମାହା ଗାଡ଼ିର ଚାହିଦା ବଢ଼ି ଚାଲିଥିବା ବେଳେ ବାଲେଶ୍ୱର ସମେତ ଉତର ଓଡ଼ିଶାର ଯୁବପିଢ଼ିିଙ୍କ ପାଇଁ ଏହା ଉପାଦେୟ ସାବ୍ୟସ୍ତ ହେବା ସହ ଉଚିତ୍ ସେବା ପ୍ରଦାନ କରିବ ବୋଲି ପ୍ରକାଶ କରିଥିଲେ । ନିର୍ଦ୍ଦେଶକ ଦେବଜ୍ୟୋତି ମହାନ୍ତି ବିକ୍ରୟ ଏବଂ ସେବା କ୍ଷେତ୍ରରେ ସାଇ ଅନନ୍ତ ଅଟୋ ମୋବାଇଲ୍ ଜିଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାର କହିଥିଲେ । ଏହି ଅବସରରେ ୟମାହା କମ୍ପାନୀର ଦୁଇଟି ନୁଆ ବାଇକ ଏଫଜେଡ୍‌ଏସ୍‌ର ଭର୍ସନ୍‌-୪ ମଡ଼େଲ (ମେନ୍ ଫିଚର୍ ହେଉଛି ଓବିଡ଼ି ଏବଂ ଟିସିଏସ ସିଷ୍ଟମ୍ ଉପଲବ୍ଧ) ରେ ଜେଡ୍‌ଆର୍ (ମେନ୍ ଫିଚର୍ ହେଉଛି ଓବିଡ଼ି) ଲଂଚ ହୋଇଥିଲା । ୫୦ କିମି ମାଇଲେଜ ବିଶିଷ୍ଟ ଏହି ଦୁଇଟି ବାଇକ୍ ବଜାରରେ ଆଦୃତ ଲାଭ କରିବ ବୋଲି ଆଶା କରାଯାଉଛି । ଉଦଘାଟନୀ ଉତ୍ସବ ଅବସରରେ ୫ଜଣଙ୍କୁ ବାଇକ୍ ଚାବି ହସ୍ତାନ୍ତର କରାଯାଇଥିଲା । କମ୍ପାନୀର ଏରିଆ ସେଲ୍‌ସ ମ୍ୟାନେଜର ଯଶବିନ୍ଦର ସିଂ, ଜୋନାଲ ସ୍ପେୟାର ମ୍ୟାନେଜର ଅରିତ୍ର ସେନ୍‌, ଏରିଆ ସର୍ଭିସ୍ ଇଂ. ସୌମ୍ୟ ସୁଫି ଏବଂ ଶୋ’ରୁମ୍‌ର ମ୍ୟାନେଜର ଦର୍ପ ନାରାୟଣ ଦାସ, ସର୍ଭିସ୍ ମ୍ୟାନେଜର ମାନସ ରଞ୍ଜନ ଦାସଙ୍କ ସମେତ ସମସ୍ତ କର୍ତୃପକ୍ଷ ଓ କର୍ମଚାରୀ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେହିପରି ଶୁକ୍ରବାର ସକାଳେ ବ୍ଲୁ ଷ୍ଟ୍ରିକ୍ ଜର୍ସି ପରହିତ ୟମାହା ରାଇଡରଙ୍କ ଦ୍ୱାରା ଏକ ବାଇକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

Exit mobile version