Site icon ଆଜିକାଲି

ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା ନେଇ ୬ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା ସମ୍ଭାବନା। କୁଆ ପଥର ବର୍ଷା ମଧ୍ୟ ହୋଇପାରେ। ଏନେଇ ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜିଲ୍ଲା ଗୁଡିକ ହେଲା କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି। ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି କମିବ କାଳ ବୈଶାଖୀ ପ୍ରଭାବ। ବଢିବ ତାତି । ୪୩ ଡିଗ୍ରୀ ଛୁଇଁପାରେ ତାପମାତ୍ରା। ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ପବନ ବୋହୁଛି ଫଳରେ ତାପମାତ୍ରା ଅଧିକ ବଢ଼ୁଛି। ତେବେ ଆସନ୍ତା ୨୫ ଯାଏଁ ତାତିରୁ ତ୍ରାହି ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।

ସେପଟେ ଆଭ୍ୟନ୍ତରୀଣ ଓଡିଶାରେ ୨୬ ଓ ୨୭ ତାରିଖରେ ସାମାନ୍ୟ ତାପମାତ୍ରା କମିପାରେ। ସେହିଭଳି ଭୁବନେଶ୍ବରରେ ସକାଳୁ ଗୁଳୁଗୁଳି ଆରମ୍ଭ ହୋଇଯାଉଛି। ୧୨:୩୦ ସୁଦ୍ଧା ସି ବ୍ରିଜ୍ ଆରମ୍ଭ ହୋଇଯାଉଛି। ତେବେ ସି ବ୍ରିଜ ନ ରହିଲେ ଭୁବନେଶ୍ୱରରେ ତାପମାତ୍ରା ୪୦ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

Exit mobile version