Site icon ଆଜିକାଲି

କେନାଲରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : କେନାଲରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର। ମୃତଦେହକୁ ଏକ ଗଛରେ ରସିରେ ବାନ୍ଧି ପାଣିରେ ଭସାଇ ଦେଇଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ଖରସ୍ରୋତା ମହାବିଦ୍ୟାଳୟ ପଛ କେନାଲରୁ । ମୃତକ ଜଣକ ଓଳେଇ ଚନ୍ଦନପୁର ପଞ୍ଚାୟତ ଓଳେଇ ଗାଁର ପ୍ରିୟରଞ୍ଜନ ଧଳ । କିଏ ଓ କଣ ପାଇଁ ପ୍ରିୟରଞ୍ଜନଙ୍କୁ ଏପରି ନିର୍ମମ ହତ୍ୟା କରି କେନାଲରେ ଭସାଇ ଦେଇଛି କାରଣ ଅସ୍ପଷ୍ଟ ରହିଛି। ଖବରପାଇ ବିଂଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Exit mobile version