Site icon ଆଜିକାଲି

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ନୂଆପଡ଼ା : ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ନୂଆପଡ଼ା ରେଞ୍ଜ୍ ଦଲିମୁଣ୍ଡା ଗ୍ରାମରେ ଏଭଳି ଘଟଣା ଘଟିଛି । ଗୁରୁତର ଯୁବକ ଜଣଙ୍କ ହେଲେ ମହେଶ ରାଉତ । ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ , ନୂଆପଡ଼ା ରେଞ୍ଜ୍ ଦର୍ଲିମୁଣ୍ଡା ଗ୍ରାମର ମହେଶ ସକାଳୁ ମହୁଲ ସଂଗ୍ରହ କରିବା ପାଇଁ ବିଲକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଦୁଇ ଭାଲୁ ଆକ୍ରମଣ କରିଥିଲା । ମହେଶଙ୍କ ବାପା ଓ ଅନ୍ୟମାନେ ରଡି ଛାଡିବାରୁ ମା ଓ ଛୁଆ ଭାଲୁ ଜଙ୍ଗଲ ମୁହାଁ ହୋଇଥିଲେ । ମହେଶଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ଡାହାଣ ଗୋଡ , ହାତ ଓ ମୁହଁରେ କ୍ଷତ ହୋଇଛି ।

Exit mobile version