Site icon ଆଜିକାଲି

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ

ବ୍ରହ୍ମବରଦା : ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ। ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼ ଚଅପୋଇ ଗ୍ରାମର ରତ୍ନାକର ପାତ୍ରଙ୍କ ପୁଅ ସୁରତ (୪୩ ବର୍ଷ)। ବ୍ରହ୍ମବରଦା ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ସୂଚନା ମୁତାବକ, ସୋମବାର ସୁରତ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଆସିଥିଲେ। ଘରକୁ ଯିବାରେ ବିଳମ୍ବ ହେବାରୁ ପରିବାର ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ। ଦିନ ସାଢେ ୧ଟାରେ ଘର ନିକଟରେ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ବ୍ରହ୍ମବରଦା ଥାନାକୁ ଖବର ଦିଆଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Exit mobile version