Site icon ଆଜିକାଲି

ହାତୀ ଆକ୍ରମଣରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ମହୁଲଡିହା : ହାତୀ ଆକ୍ରମଣରେ ଯୁବକ ଗୁରୁତର । ମୟୁରଭଞ୍ଜ ଜିଲା ମହୁଲଡିହା ଥାନା ଝାଟିଗଡିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲା ମହୁଲଡିହା ଥାନା ଝାଟିଗଡିଆ ଗାଁରେ ହାତୀ ଆକ୍ରମଣ କରିଛି । ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହେଉଛନ୍ତି ଭଜ ମଢେଇ । ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଭଜ ଶନିବାର ସକାଳୁ ସାଇକେଲ ଯୋଗେ ଗାଁ ନିକଟସ୍ଥ ପୋଖରୀ ନିକଟରୁ ଶୌଚ ହୋଇ ଫେରିବା ସମୟରେ ହାତୀ ସହ ସାମ୍ନାସାମ୍ନି ହୋଇଥିଲେ । ହାତୀଟି ସାଇକେଲ ସହ ଭଜଙ୍କୁ ଟେକି କଚାଡି ଦେବାରୁ ସେ ଆହତ ହୋଇଛନ୍ତି ।

Exit mobile version