Site icon ଆଜିକାଲି

ଗୋଠଛଡ଼ା ଦନ୍ତା ଆକ୍ରମଣରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ତେଲକୋଇ : କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଜଗମୋହନପୁର ସେକ୍ସନ ଶିଙ୍କୁଳାବାହାଳ ଗାଁରେ ଅଭାବନୀୟ ଘଟଣା । ଯୁବକଙ୍କୁ କଚାଡିଲା ଗୋଠଛଡ଼ା ଦନ୍ତା । ଗୁରୁତର ଅବସ୍ଥାରେ ଦଶୁରୁ ନାୟକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ଶିଙ୍କୁଳାବାହାଳ ଗାଁର ଦଶୁରୁ ନାୟକ ଗୋଧୂଳି ଜଙ୍ଗଲ ନିକଟରେ ଟସର ଚାଷ କରନ୍ତି । ଶନିବାର ସକାଳୁ ଜମି ବୁଲିବାକୁ ଯାଇ ଶୌଚ ହେବାକୁ ଯାଇଥିଲେ । ହେଲେ ସେଠାରେ ଦନ୍ତା ସହ ମୁହାଁମୁହିଁ ହୋଇଯାଇଥିଲେ । ଯାହାଫଳରେ ଦନ୍ତାଟି ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । ଦଶୁରୁଙ୍କ ଚିତ୍କାର ଶୁଣି ନିକଟରେ ଥିବା ଅନ୍ୟ ଟସର ଚାଷୀମାନେ ଦୌଡି ଆସିଥିଲେ । ଅଧିକ ଲୋକଙ୍କୁ ଦେଖି ଦନ୍ତାଟି ଘଟଣାସ୍ଥଳରୁ ପଳାଇଥିଲା । ଲୋକେ ଦଶୁରୁଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Exit mobile version