Site icon ଆଜିକାଲି

ବିଦ୍ୟୁତ ଟାୱାର ଉପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ୧୩୨ କେଭି ତାର ସଂସ୍ପର୍ଶରେ ଆସି ଗଲା ଜୀବନ

ଯାଜପୁର : ୧୩୨ କେଭି ବିଦ୍ୟୁତ ଟାୱାର ଉପରେ ଚାଲିଥିଲା ମୃତ୍ୟୁ ସହ ଖେଳ। ବହୁ ସମୟ ଧରି ଜଣେ ବ୍ୟକ୍ତି ଜଣକ ଟାୱାର ଉପରେ ଚଢି ପାଟିତୁଣ୍ଡ କରୁଥିଲେ । ତଳେ ଦେଖୁଥିବା ଲୋକେ ତାଙ୍କୁ ଓହ୍ଲାଇ ଆସିବାକୁ ବାରମ୍ବାର କହୁଥିଲେ । ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ଥିଲା ତାଙ୍କୁ ଉଦ୍ଧାର କରିବାକୁ । ହେଲେ ବିପଜ୍ଜନକ ସ୍ଥିତିରେ ସୂତାଖିଅରେ ଥିଲା ଜୀବନ । ଆଉ ଶେଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାୟ ୬୦ଫୁଟ ତଳକୁ ଖସିପଡି ବ୍ୟକ୍ତିଙ୍କର ମୃତ୍ଯୁ ଘଟିଛି । ସମସ୍ତେ ଦେଖୁଥିଲେ କିନ୍ତୁ କେହି ବି ତାଙ୍କୁ ରକ୍ଷା କରି ପାରି ନଥିଲେ। ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରେ।

Exit mobile version