Site icon ଆଜିକାଲି

ବଡ଼ ଭାଇଙ୍କ ଆକ୍ରମଣରେ ଘଟଣାସ୍ଥଳରେ ସାନ ଭାଇଙ୍କ ମୃତ୍ୟୁ

ବରଗଡ଼ : ବରଗଡ଼ ଜିଲା ପାଇକମାଲ ବ୍ଲକ ଡୁଙ୍ଗୁରିପାଲି ଗ୍ରାମରେ ଅଭାବନୀୟ ଘଟଣା । ବଡ଼ ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ । ମୃତକ ହେଲେ ମନୋଜ ସୁନା (୨୫)।

ଗୁରୁବାର ରାତିରେ ମନୋଜ ଓ ବଡ଼ ଭାଇ ଉପେନ୍ଦ୍ର ସୁନା ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ସେଥିରେ ଉତ୍ତ୍ୟକ୍ତ ହୋଇ ଉପେନ୍ଦ୍ର ଲୁହା ତାୱାରେ ମନୋଜର ମୁଣ୍ଡକୁ ଆଘାତ ଦେଇଥିଲା। ଫଳରେ ଘଟଣାସ୍ଥଳରେ ମନୋଜଙ୍କର ମୃତ୍ୟୁ ଘଟିଥିଲା। ମନୋଜ ପଡି ଯିବା ଦେଖି ଭୟରେ ପାଇକମାଲ ଥାନାରେ ଉପେନ୍ଦ୍ର ଆତ୍ମସମର୍ପଣ କରିଥିଲେ। ଶୁକ୍ରବାର ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Exit mobile version