Site icon ଆଜିକାଲି

ମହିଳାଙ୍କୁ ବ୍ଲାକମେଲିଂ କରି ଯୁବକ ଗିରଫ

ବ୍ରହ୍ମପୁର : ମହିଳାଙ୍କୁ ବ୍ଲାକମେଲିଂ ପଡିଲା ମହଙ୍ଗା। ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳର ଭୀଷ୍ମ କୁମାର ଦାସଙ୍କୁ ଗିରଫ କଲା ପୋଲିସ। ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଯେ, ଅଭିଯୁକ୍ତ ଭୀଷ୍ମକୁମାର ଜଣେ ମହିଳାଙ୍କ ଫଟୋ ନେଇ ତାଙ୍କୁ ବ୍ଲାକମେଲିଂ କରୁଥିଲେ। ଫଟୋ ଗୁଡିକୁ ଏଡିଟିଂ କରି ଭାଇରାଲ କରିବାର ଧମକ ଦେଉଥିଲେ ଅଭିଯୁକ୍ତ। ଟଙ୍କା ନଦେଲେ ଫୋଟୋ ଭାଇରାଲ କରିବାକୁ ଧମକ ବି ଦେଇଥିଲେ। ମହିଳା ଜଣକ ଭୟରେ ଥରେ ୫ ହଜାର ଟଙ୍କା ଦେଇଥିଲେ। ବାରମ୍ବାର ଟଙ୍କା ମାଗି ବ୍ଲାକମେଲିଂ କରିବା ପରେ ମହିଳା ଜଣଙ୍କ ତାଙ୍କ ପରିବାରକୁ ଏ ସଂପର୍କରେ ଜଣାଇଥିଲେ। ଏନେଇ ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଭୀଷ୍ମ କୁମାର ଦାସକୁ ଗିରଫ କରିଛି।

Exit mobile version