Site icon ଆଜିକାଲି

ଟ୍ରେନ ଉପରକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବରଗଡ଼: ଟ୍ରେନ ଉପରକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲା ବରପାଲି ତହସିଲ ଛକ ଅଞ୍ଚଳର ବାବୁଲୁ ଚୌଧୁରୀ । ସେ ଗତକାଲି ବିଳମ୍ବିତ ରାତିରେ ଟାଟା ଏଲିପି ଟ୍ରେନ ଉପରକୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ରେଲୱେ ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଛି । ଏନେଇ ସମ୍ବଲପୁର ରେଲୱେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତକଙ୍କ ପରିବାରର ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି ।

ମୃତକ ଜଣକ ବିହାରର ରାଜ୍ୟର ମୂଳ ନିବାସୀ ହେଇଥିବା ବେଳେ ଦୀର୍ଘଦିନରୁ ବରପାଲିରେ ରହି ଏଠାରେ ପାନିପୁରୀ ଠେଲା ଲଗାଇ ବ୍ୟବସାୟ କରୁଥିଲେ । ସେ ବିବାହିତ ଏବଂ ତାଙ୍କ ପରିବାରରେ ନିଜ ସ୍ତ୍ରୀ ସହ ୨ଜଣ କୁନିକୁନି ଶିଶୁ ଥିବା ଜଣାପଡିଛି । ତେବେ ସେ କେଉଁ କାରଣରୁ ଟ୍ରେନକୁ ଡେଇଁ ଆତ୍ମହତ୍ୟା କଲେ ସେନେଇ ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି ।

Exit mobile version