Site icon ଆଜିକାଲି

ବ୍ରଜଘାତରେ ଯୁବକ ମୃତ

ନବରଙ୍ଗପୁର, ନି ପ୍ର: ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳ ଅଟଳ ଗ୍ରାମରେ ଦ୍ବିପ୍ରହର ୩.୩୦ ସମୟରେ ବଜ୍ରାଘାତ ଯୋଗୁଁ ଜଣେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳ ଅଟଳ ଗ୍ରାମର ଅଜିତ ମୁଦୁଲି ବୟସ ୩୮ ବୋଲି ଜଣାପଡିଛି। ପ୍ରତିଦିନ ଭୋଳି ସେ ଏକ କିଲୋମିଟର ଦୂରରେ ଥିବା କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ କାମ କରିବା ପାଇଁ ଯାଇଥାନ୍ତି । କାମସାରି ଆସିବା ବେଳକୁ ଲଙ୍ଗଳ ଅଟଳ ଗ୍ରାମ ପଖରେ ଅଚାନକ ଘଡଘଡି ଓ ବିଜୁଳି ମାରିଥିଲା। ସେଠାରେ ଅଜିତ ଅଚେତ ହୋଇଯାଇଥିଲେ। ନିକଟରେ ଥିବା ଜମି ରେ କାମ କରୁଥିବା ଲୋକମାନେ ଅଜିତକୁ ଉଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟକୁ ନେଇ ଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୧୨ ରୁ ୧୫ ବର୍ଷ ପୂର୍ବେ ଦଶମନ୍ତପୁର ବ୍ଲକର ଗିରଲିଗୁମା ଗ୍ରାମରୁ ଆସି ଲଙ୍ଗଳ ଅଟଳ ଗ୍ରାମରେ ସେ ଘର ଜ୍ବାଇଁ ଭାବେ ରହୁଥିଲେ । ଅଜିତର ସ୍ତ୍ରୀ ,ଆଠ ଓ ଚାରି ବର୍ଷର ଦୁଇ ଗୋଟି ଝିଅ ଥିବା ଜଣାପଡିଛି।ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

Exit mobile version