Site icon ଆଜିକାଲି

ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ବୌଦ୍ଧ : ବୌଦ୍ଧ ସ୍ଥିତ ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ସ୍ଥାନୀୟ ନୂଆସାହିର ଯୁବକ ଜଗନ୍ନାଥ ବେହେରା ।

ସୂଚନା ଯେ, ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ନୂଆସାହିର ଜଣେ ଯୁବକ ଶୌଚ ହେବା ପାଇଁ ମହାନଦୀକୁ ଯାଇଥିଲେ । ଯୁବକ ଜଣକ ମର୍ଜାକୁଦ ବ୍ରିଜ୍ ତଳେ ଗାଧାଉଥିଲେ । ସେହି ସମୟରେ ଅସାବଧାନତା ବଶତଃ ସେ ବୁଡ଼ିଯାଇଥିଲେ । ବହୁ ଖୋଜାଖୋଜି ପରେ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ନେଇଥିଲେ ପରିବାର ଲୋକ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version