Site icon ଆଜିକାଲି

ମାଛ ଧରିବାକୁ ଯାଇ କେନାଲରେ ଭାସି ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳରେ ଅଘଟଣ । ମାଛ ଧରିବାକୁ ଯାଇ କେନାଲରେ ଭାସି ପ୍ରାଣ ହରାଇଲେ ଯୁବକ । ମୃତକ ଆନନ୍ଦପୁର ଥାନା ଅନ୍ତର୍ଗତ ପଇତାପାଣି ଗାଁର ଭାଗିରଥୀ ହୋ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ବାତ୍ୟା ପ୍ରଭାବରୁ ବର୍ଷା ଲାଗି ରହିଥିବା ବେଳେ କେନାଲ ଗୁଡିକରେ ଜୋର୍‌ରେ ପାଣି ପ୍ରବାହିତ ହେଉଛି । ପଇତାପାଣି ଗାଁର ଭାଗିରଥୀ ହୋ ମାଛ ଧରିବାକୁ ଗାଁ ନିକଟସ୍ଥ କେନାଲକୁ ଯାଇଥିଲେ । ସେଠାରେ ଅସାବଧାନତା କାରଣରୁ ତାଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ସେ କେନାଲରେ ପଡିଯାଇଥିଲେ । ତେଣୁ ସେ କେନାଲର ପାଣିରେ ଭାସି ଯାଇଥିଲେ । ଏହା ଦେଖି ଗାଁ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । କେନାଲରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏନେଇ ଆନନ୍ଦପୁର ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Exit mobile version