Site icon ଆଜିକାଲି

ରାସ୍ତା କଡରୁ ଯୁବକଙ୍କ ରକ୍ତାକ୍ତ ଶବ ଠାବ, ହତ୍ୟା ନା ଆତ୍ମ ହତ୍ୟା ସନ୍ଦେହ

ବରଗଡ଼ : ବରଗଡ଼ ଗାନ୍ଧି ଛକ ସ୍ଥିତ ବିଦ୍ୟୁତ ଅଫିସ ସମ୍ମୁଖରେ ଜଣେ ଯୁବକଙ୍କ ରକ୍ତାକ୍ତ ଶବ ଠାବ ହୋଇଛି । ମୃତ ଯୁବକ ଜଣକ ବରଗଡ଼ ମଙ୍ଗଳା ଝୁପୁଡି ପଡାର ୨୦ ବର୍ଷିୟ ଯୁବକ ସୁରଜ ଦାସ।

ସୁରଜଙ୍କୁ କିଏ ହତ୍ୟା କରିଛି ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ରାସ୍ତା କଡରେ ଶବ ପଡିଥିବା ଦେଖି ଶତାଧିକ ଲୋକଙ୍କ ଭିଡ଼ ଜମିଛି । ଘଟଣା ସ୍ଥଳରେ ବରଗଡ଼ ଟାଉନ୍‌ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Exit mobile version