Site icon ଆଜିକାଲି

ମହାନଦୀକୁ ଡେଇଁ ଯୁବକ ନିଖୋଜ, କାରଣ ଅସ୍ପଷ୍ଟ

ସମ୍ବଲପୁର : ମହାନଦୀକୁ ଡେଇଁଲେ ଯୁବକ। ସମ୍ବଲପୁର ଚାଉଁରପୁର ପୋଲ ଉପରୁ ସ୍କୁଟି ଥୋଇ ଡେଇଁଲେ ଯୁବକ। ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫୋନରେ କଥା ହେବା ପରେ ପୋଲ ଉପରୁ ପାଣିକୁ ଡେଇଁ ପଡିଥିବା ସୂଚନା ମିଳିଛି। ତେବେ କାହିଁକି ପାଣିକୁ ଡେଇଁଲେ କାରଣ ଅସ୍ପଷ୍ଟ ରହିଛି। ହେଲେ ଏବେ ଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ତାଙ୍କ ପରିଚୟ ମିଳିନଥିବା ବେଳେ ବ୍ରିଜ ଉପରେ ସେ ଛାଡିଯାଇଥିବା ସ୍କୁଟିକୁ ନେଇ ଛାନଭିନ୍ କରୁଛି ପୋଲିସ ।

Exit mobile version