Site icon ଆଜିକାଲି

ଡ୍ରେନରେ ପଡି ଯୁବକ ମୃତ, ଚାଉଳିଆଗଞ୍ଜ ପୋଲିସର ଛାନଭିନ୍

ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ । ନୂଆ ମାଲଗୋଦାମ୍ ଗୁଡ଼ସେଡ ରୋଡ଼ରେ ଥିବା ଡ୍ରେନ୍‌ରେ ପଡି ଯୁବକ ମୃତ । ରବିବାର ବିଳମ୍ବିତ ରାତିରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଁଚି ତଦନ୍ତ କରୁଛି । ଏହା ହତ୍ୟା ନା ଅସାବଧାନତାରୁ ମୃତ୍ୟୁ ତାହା ତଦନ୍ତ ପରେ ଜଣାପଡିବ । ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ମୃତଦେହକୁ ଉଦ୍ଧାର କରି ବଡ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ସୂଚନା ଯେ, ଗତି କିଛିଦିନ ତଳେ କଟକରେ ମୁକୁଳା ଡ୍ରେନରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଘରକୁ ଫେରୁଥିବାବେଳେ ଦୁର୍ଭାଗ୍ୟବଶତଃ ଡ୍ରେନ୍‌ରେ ଖସିପଡିଥିଲେ । ଆଉ ଡ୍ରେନ୍‌ରେ ପଡି ଚାଲିଯାଇଥିଲା ଜୀବନ । ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ପୁଣିଥରେ ଘଟିଛି ଏମିତି ଅଘଟଣ ।

Exit mobile version