Site icon ଆଜିକାଲି

ବାଲେଶ୍ବରରେ ଯୁବକଙ୍କୁ ଛୁରାମାଡ଼ : ଅବସ୍ଥା ଗୁରୁତର, ପୋଲିସର ତଦନ୍ତ ଜାରି

ବାଲେଶ୍ବର : ବାଲେଶ୍ୱରରେ ଜଣେ ଯୁବକଙ୍କୁ ହୋଇଛି ଛୁରାମାଡ଼। ଏହି ଛୁରା ମାଡ଼ ଯୋଗୁ ଯୁବକଜଣକ ଗୁରୁତର ଅଛନ୍ତି। ଗୁରୁତର ଯୁବକଜଣକ ହେଲେ ଶେଖ ସଲିମ । ଅପରପକ୍ଷରେ ଯୁବକଙ୍କୁ ଛୁରାମାଡ଼ କରି ଦୁର୍ବୁତ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି।

ସୂଚନା ଯେ, ଗତ ଶନିବାର ରାତିରେ ବାଲେଶ୍ବର ଟାଉନ ଥାନା ହେମକାପଦା ମଦ କାଉଣ୍ଟର ନିକଟରେ ଦୁର୍ବୁତ୍ତମାନେ ସଲିମଙ୍କୁ ଛୁରାମାଡ଼ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତାଙ୍କ ପେଟରେ ଦୁଇଟି ଜାଗାରେ ଛୁରାମାଡ ହୋଇଛି। ଫଳରେ ଅବସ୍ଥା ସଙ୍କଟାପନ୍ନ ରହିଛି। ଯୁବକ ଜଣକ ରକ୍ତାକ୍ତ ହୋଇ ଗୁରୁତର ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର ପରେ ଗୁରୁତର ଅବସ୍ଥାରେ ବାଲେଶ୍ବରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ଉଦବେଗଜନକ ହେବାକୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଚମ୍ପଟ ମାରିଥିବା ଦୁର୍ବତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତେବେ କିଏ ଓ କାହିଁକି ଏହି ଛୁରା ମାଡ଼ କରିଛି ତାହା ସ୍ପଷ୍ଟ ହୋଇନି।

Exit mobile version