Site icon ଆଜିକାଲି

ଝାଡ଼ାବାନ୍ତିରେ ଆକ୍ରାନ୍ତ ଯୁବକ ମୃତ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚେପ୍ଟିଆମ୍ବା ବ୍ଲକ ଝରିଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଉ ଜଣେ ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ମଧୁ ଜାନୀ (୨୭) । ପୂର୍ବରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ମିଶାଇ ମୋଟ ୩ ଜଣ ପ୍ରାଣ ହରାଇଛନ୍ତି ।

ସୂଚନା ମୁତାବକ, ଝରିଗାଁରେ ଝାଡ଼ାବାନ୍ତିରେ ପୂର୍ବରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଯୁବକ ଜଣକ ଝାଡ଼ାବାନ୍ତିରେ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ ପରିବାର ଲୋକେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି ।

Exit mobile version