Site icon ଆଜିକାଲି

ଆଜି ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଜି-୨୦ ବିଦେଶ ମନ୍ତ୍ରୀମାନଙ୍କ ବୈଠକ

ନୂଆଦିଲ୍ଲୀ : ଆଜି ଭାରତ ଅଧ୍ୟକ୍ଷତାରେ ଜି-୨୦ ବିଦେଶ ମନ୍ତ୍ରୀମାନଙ୍କର ଏକ ସର୍ବବୃହତ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଭାରତ ଜି-୨୦ର ଅଧ୍ୟକ୍ଷ ଥିବା ସମୟରେ ଏହା ହେଉଛି ଜି-୨୦ ବିଦେଶ ମନ୍ତ୍ରୀମାନଙ୍କର ଦ୍ୱିତୀୟ ବୈଠକ।

ନୂଆଦିଲ୍ଲୀରେ ସାମ୍ବାଦିକ ମାନଙ୍କୁ ବୈଠକ ସମ୍ପର୍କରେ ସୂଚନା ଦେଇ ବିଦେଶ ସଚିବ ବିନୟ କ୍ୱାତ୍ରା କହିଛନ୍ତି, ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୪୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିବାର ଆଶା କରାଯାଉଛି । ଏହା ଜି-୨୦ର ଏକ ସର୍ବବୃହତ ବିଦେଶ ମନ୍ତ୍ରୀ ସମ୍ମିଳନୀ ହେବ। ବୈଠକ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‌.ଜୟଶଙ୍କର ଦୁଇଟି ଯାକ ଅଧିବେଶନରେ ଅଧ୍ୟକ୍ଷତା କରିବେ । ପ୍ରଥମ ଅଧିବେଶନରେ ବହୁ ରାଷ୍ଟ୍ରବାଦ ଓ ଖାଦ୍ୟ ସୁରକ୍ଷା ଏବଂ ଶକ୍ତି ପ୍ରସଙ୍ଗ ଉପରେ ଆଲୋଚନା ହେବ। ଦ୍ୱିତୀୟ ଅଧିବେଶନରେ ବିଭିନ୍ନ ପ୍ରକାରର ନୂଆ ନୂଆ ବିପଦ ଓ ତାହାର ମୁକାବିଲା, ଆତଙ୍କବାଦର ଦମନ ଓ ନିଶାଦ୍ରବ୍ୟ ଚୋରା କାରବାର ବନ୍ଦ ବିଷୟରେ ଆଲୋକପାତ କରାଯିବ । ସେହିପରି ଋଷ-ୟୁକ୍ରେନ ବିବାଦ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ସ୍ୱାଭାବିକ ଭାବେ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଋଷ-ୟୁକ୍ରେନ ବିବାଦର ବିଶ୍ବ ଆର୍ଥିକ ବ୍ୟବସ୍ଥା ଏବଂ ବିକାଶ ଉପରେ ପ୍ରଭାବ ନେଇ ମଧ୍ୟ ଆଲୋଚନାରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।

Exit mobile version