Site icon ଆଜିକାଲି

ଆଜି ବାହୁବଲୀ ହିରୋ ପ୍ରଭାସଙ୍କର ୪୩ ତମ ଜନ୍ମଦିନ

ମୁମ୍ଵାଇ : ଆଜି ରିବେଲ୍‌ ଷ୍ଟାର ପ୍ରଭାସଙ୍କର ୪୩ ତମ ଜନ୍ମଦିନ । ପ୍ରଭାସଙ୍କ ଆକ୍ସନ୍ ଏବଂ ରୋମାନ୍ସ ସମସ୍ତଙ୍କ ହୃଦୟ ଜିତିଛି। ଛୋଟରୁ ବଡ ଯାଏଁ ସବୁ ତାଙ୍କ ଫ୍ୟାନ୍ସ। ବାହୁବଲୀ ଚଳଚ୍ଚିତ୍ର ପ୍ରଭାସଙ୍କୁ ଏକ ପ୍ୟାନ୍ ଇଣ୍ଡିଆ ତାରକା କରିଥିବାବେଳେ ଏହା ବିଶ୍ୱ ବକ୍ସ ଅଫିସରେ ଭାରତୀୟ ସିନେମାକୁ ଏକ ନୂତନ ପରିଚୟ ଦେବାରେ ସାହାଯ୍ୟ କରିଛି। ଫିଲ୍ମ ପରେ ପ୍ରଭାସ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ମେଗାଷ୍ଟାର ହୋଇଯାଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରଭାସଙ୍କୁ ଏପର୍ଯ୍ୟନ୍ତ ୬୦୦୦ଟି ପ୍ରସ୍ତାବ ଆସିଲାଣି କିନ୍ତୁ ସେ ସବୁକୁ ମନା କରି ଦେଇଛିନ୍ତି।

ଅନେକ ସେଲିବ୍ରେଟିମାନେ ଅନେକ ବ୍ରାଣ୍ଡ ଏଣ୍ଡୋର୍ସ କରୁଥିବାବେଳେ ପ୍ରଭାସ ଏସବୁରୁ ଦୂରରେ ରୁହନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଭାସ ଏପର୍ଯ୍ୟନ୍ତ କେବଳ ଗୋଟିଏ ବ୍ରାଣ୍ଡକୁ ପ୍ରମୋସନ କରିଛନ୍ତି, ଯାହା ୨୦୧୫ରେ ମହିନ୍ଦ୍ରା ଟିୟୁଭି ୩୦୦ କାର ପାଇଁ ଥିଲା। କୁହାଯାଏ ଯେ ୨୦୨୦ରେ ୧୫୦ କୋଟିର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟକୁ ମଧ୍ୟ ମନା କରି ଦେଇଥିଲେ । ପ୍ରଭାସ ଅଭିନେତା ହେବାକୁ କେବେ ଇଚ୍ଛା କରିନଥିଲେ। ଚଳଚ୍ଚିତ୍ରକୁ ଆସିବା ପଛରେ ତାଙ୍କର ଏକ କାହାଣୀ ମଧ୍ୟ ଅଛି ।

ବାସ୍ତବରେ, ଆପଣ ଏହା ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ଯିଏ ନିଜର ଦମଦାର ସ୍ୱର ଏବଂ ସୁନ୍ଦର ଅଭିନୟ ପାଇଁ ଦର୍ଶକ ହୃଦୟ ଜିତିଥିଲେ। ସେ କେବେ ବି ହିରୋ ହେବା ପାଇଁ ଚାହୁଁ ନଥିଲେ। ପ୍ରଭାସଙ୍କ ପରିବାରର ସିନେମା ବ୍ୟାକ୍‌ଗ୍ରାଉଣ୍ଡରୁ ଆସିଛି। ଏହି କାରଣରୁ ସେ କେବେ ଅଭିନେତା ହେବାକୁ ଚାହୁଁନଥିଲେ। ପ୍ରଭାସ ଖାଇବା ପିଇବାକୁ ଖୁବ୍ ପସନ୍ଦ କରନ୍ତି । ଏଥିପାଇଁ ସେ ହୋଟେଲ୍‌ ବ୍ୟବସାୟ କରିବାକୁ ଇଚ୍ଛା ରଖିଥିଲେ। ହେଲେ ପ୍ରଭାସଙ୍କ ଦାଦା ଏକ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ ଏବଂ ସେହି ଚଳଚ୍ଚିତ୍ରର କାହାଣୀର ହିରୋ ପ୍ରଭାସଙ୍କ ପ୍ରକୃତ ଜୀବନ ଚରିତ୍ର ସହିତ ସମାନ ଥିଲା। ଏଭଳି ପରିସ୍ଥିତିରେ ତାଙ୍କ ଦାଦା ପ୍ରଭାସଙ୍କୁ ଫିଲ୍ମ ପାଇଁ ପ୍ରବର୍ତ୍ତାଇଥିଲେ। ସେହି ସମୟରେ ପ୍ରଭାସ ଅଭିନେତା ଭାବରେ ନିଜର ଯାତ୍ରା ଆରମ୍ଭ କରିଥିଲା।

ପ୍ରଭାସ ୨୦୦୦ମସିହାରେ ‘ଇଶ୍ୱର’ ଚଳଚ୍ଚିତ୍ର ସହିତ ଅଭିନୟ ଆରମ୍ଭ କରିଥିଲେ। ଚଳଚ୍ଚିତ୍ରଟି ଅଧିକ ଚାଲିନଥିଲା ୨୦୦୪ ମସିହାରେ ରିଲିଜ୍‌ ହୋଇଥିବା ବର୍ଷମରୁ ପ୍ରଭାସଙ୍କୁ ପରିଚୟ ମିଳିଥିଲା । ତାଙ୍କ କ୍ୟାରିୟରରେ ଏକ ନିରଂଜନ’, ‘ମୁନ୍ନା’, ‘ବିଲ୍ଲା’ ଏବଂ ‘ଯୋଗୀ’ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ। କିନ୍ତୁ ‘ବାହୁବଲୀ’ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲେ। ଏହି ଚଳଚ୍ଚିତ୍ର ପାଇଁ ପ୍ରଭାସ ତାଙ୍କର ୫ବର୍ଷ ଦେଇଥିଲେ ଏବଂ ସେହି ସମୟରେ ଅନ୍ୟ କୌଣସି ଫିଲ୍ମରେ କାମ କରିନଥିଲେ। ବାହୁବଲୀ ପରେ ପ୍ରଭାସ ସାହୋ ଏବଂ ରାଧେଶ୍ୟାମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମଟି ସେତେ ହିଟ୍‌ ହୋଇପାରି ନଥିଲା।

Exit mobile version