Site icon ଆଜିକାଲି

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ସ୍ପେନ୍‌ଠୁ ହାରିଲା ଭାରତ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ ସ୍ଥିତ ହକି କମ୍ପ୍ଲେକ୍ସରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ଦ୍ବିତୀୟ ମ୍ୟାଚ୍‌ରେ ସ୍ପେନ୍‌ଠୁ ୨-୩ ଗୋଲ୍‌ରେ ହାରିଲା ଭାରତ। ସ୍ପେନ୍‌ ପକ୍ଷରୁ ସିମୋ ଏଡୱାର୍ଡ (୧୭ ମିନିଟ୍‌), ମାର୍କ ମିରାଲେସ (୨୭ ମିନିଟ୍‌) ଓ ମାର୍କ ରିନି (୫୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଭାରତ ପକ୍ଷରୁ ଦୁଇଟି ଗୋଲ୍‌ ହର୍ମନପ୍ରୀତ ସିଂହ (୨୭ ମିନିଟ୍‌) ଏବଂ ଅଭିଷେକ (୫୫ ମିନିଟ୍‌) ଦେଇଥିଲେ। ଏଥିସହ ନିଜ ଘରୋଇ ପଡ଼ିଆରେ ଭାରତ ଉଭୟ ବିଜୟ ଓ ପରାଜୟ ସ୍ମୃତି ସହ ପ୍ରଥମ ଚରଣ ଶେଷ କରିଛି। ଅନ୍ୟପକ୍ଷରେ ସ୍ପେନ୍‌ ଲଗାତାର ଦୁଇ ବିଜୟ ହାସଲ କରିନେଇଛି। ନିଜର ପ୍ରଥମ ମ୍ୟାଚ୍‌ରେ ‌ଏହି ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଭୁବନେଶ୍ବରରେ ଦ୍ବିତୀୟ ଚରଣ ନଭେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଜୋର୍ଡି ବୋନାସ୍ତ୍ରୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Exit mobile version